ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ’
- Arijit Mohapatra
- Sep 11, 2022
- 1 min read
ତେଜୋଦୀପ୍ତ ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ଦେବୀ ସରସ୍ୱତୀଙ୍କୁ ପ୍ରଣାମ କରି ଦୀପ୍ତ କଣ୍ଠରେ ସଭାକୁ ସମ୍ବୋଧନ କରି କହି ଉଠିଲେ, ‘ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ’
-ସଙ୍ଗେ ସଙ୍ଗେ କେତେ ମିନିଟ୍ ଧରି ତୁମୂଳ କରତାଳି ଧ୍ୱନି ତାଙ୍କୁ ଅଭିନନ୍ଦିତ କଲା । ସ୍ୱାମୀଜୀଙ୍କର ସେହି ସମ୍ବୋଧନ ମଧ୍ୟରେ ଥିଲା ଅନ୍ତରର ସ୍ପର୍ଶ-ବିଶ୍ୱମାନବତାର ଝଙ୍କାର ଓ ବିଶ୍ୱଭ୍ରାତୃତ୍ୱର ବୀଜ । ଶ୍ରୋତୃବୃନ୍ଦଙ୍କର ସେହି ସ୍ୱତଃସ୍ପୂର୍ତ୍ତ ଉଲ୍ଲାସର ଅଭିବ୍ୟକ୍ତି ମନ୍ଦୀଭୂତ ହେଲା ପରେ ସେ ଓଜସ୍ୱିନୀ ଭାଷାରେ ଗୋଟିଏ କ୍ଷୁଦ୍ର ଭାଷଣ ଦେଲେ । ତାଙ୍କର ବକ୍ତୃତା ସମସ୍ତଙ୍କ ପ୍ରାଣରେ ଏକ ଅଦ୍ଭୁତ ଉଦ୍ଦୀପନା ସଞ୍ଚାର କଲା । ସେହି ହିନ୍ଦୁ ସନ୍ନ୍ୟାସୀଙ୍କର ପ୍ରଶଂସାରେ ସଭାଗୃହ ମୁଖରିତ ହେଲା । ମହାସଭାରେ ତା’ର ପ୍ରଭାବ ମଧ୍ୟ ସର୍ବାପେକ୍ଷା ଅଧିକ ହୋଇଥିଲା । ପରଦିନ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହେଲା ସ୍ୱାମୀଜୀଙ୍କର ଅଜସ୍ର ସାଧୁବାଦ । ସେ ହେଲେ ଧର୍ମମହାସଭାର ସର୍ବଶ୍ରେଷ୍ଠ ବ୍ୟକ୍ତି । ରାସ୍ତାରେ ରାସ୍ତାରେ ତାଙ୍କର ପୂର୍ଣ୍ଣାବୟବ ରଙ୍ଗୀନ ପ୍ରତିକୃତି ଟଙ୍ଗା ହେଲା !




Comments